RJ ମହବଶଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା, କହିଲେ-ଧୋକା ମିଳିବା ପରେ ଡିପ୍ରେସନ୍‌ରେ ଥିଲେ…

Published By : Prameya-News7 Bureau | April 07, 2025 IST

ମୁମ୍ଵାଇ ୦୭।୦୪; କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ହୋଇସାରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଛନ୍ତି। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଇଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା। ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।

ଚହଲଙ୍କ ସହ ତାଙ୍କ ନାମ ଯୋଡା ଯିବା ପରେ ଏବେ ମହବଶଙ୍କ ବ୍ୟକ୍ତିଗତ ଜୀବନର ଏକ ବଡ଼ ସତ ସାମ୍ନାକୁ ଆସିଛି। ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ମହବଶ। ସେ କହିଛନ୍ତି, ମୁଁ ସାଧାରଣ ଅର୍ଥାତ୍‌ କାଜୁଆଲ ସମ୍ପର୍କରେ ବିଶ୍ୱାସ କରେ ନାହିଁ। ମୁଁ ଏପରି ଏକ ସମ୍ପର୍କ ଚାହୁଁଛି ଯାହା ବିବାହରେ ପରିଣତ ହେବ। କିନ୍ତୁ ଏବେ ମୁଁ ବିବାହ ବିଷୟରେ ଆଦୌ ଚିନ୍ତା କରୁନାହିଁ। ଏହି ସମୟରେ ମହଭାଶ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।

କହିଥିଲେ ମୁଁ ୧୯ ବର୍ଷ ବୟସରେ ନିର୍ବନ୍ଧ କରିଥିଲି। ହେଲେ ପରେ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ସେହି ସମୟ ମୋ ପାଇଁ କଷ୍ଟଦାୟକ ଥିଲା। ମୁଁ ପୂରାପୁରି ଡିପ୍ରେସନ୍‌କୁ ଚାଲିଯାଇଥିଲି। ମୋତେ ଡାକ୍ତରଖାନା‌ରେ ଭର୍ତ୍ତି କରାଯିବା ସହ ଇଞ୍ଜେକ୍ସନ ଦିଆଯାଇଥିଲା। କିନ୍ତୁ ଯାହା ହୋଇଛି ଭଲ ହୋଇଛି। ସେ ଘଟଣା ପାଇଁ ମୁଁ ଦୃଢ଼ ବନିପାରିଛି। ଏବେ ମୋ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ବର୍ତ୍ତମାନ ମୁଁ କାହା ସହିତ ସମ୍ପର୍କରେ ନାହିଁ ଏବଂ ମୁଁ ସିଙ୍ଗଲ।  କହିବାକୁ ଗଲେ ଆରଜେ ମହବଶ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ୨ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.